ଅର୍ଣ୍ଣବଙ୍କୁ ସମନ ପଠାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,ଏଜେନ୍ସି: ଟିଆରପି ଦୁର୍ନୀତି ମାମଲାର ଏଫଆଇଆରରେ ରିପବ୍ଲିକ୍ ଟିଭି ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇବା ପୂର୍ବରୁ ତାଙ୍କୁ ସମନ ପଠାଇବାକୁ ମୁମ୍ବାଇ ପୁଲିସକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ପରାମର୍ଶଦାତା ହରିଶ୍ ସାଲଭେଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ଦିଆଯାଇଥିବା ବୟାନର ଶୁଣାଣି କରି ଜଷ୍ଟିସ୍ ଏସଏସ୍ ସିନେ୍ଧ ଏବଂ ଜଷ୍ଟିସ୍ ଏମଏସ୍ କର୍ଣ୍ଣିକଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମୁମ୍ବାଇ ପୁଲଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପୁଲିସ ପକ୍ଷରୁ ସମନ କରାଗଲେ ଅର୍ଣ୍ଣବ ଗୋସ୍ୱାମୀ ତଦନ୍ତରେ ପୁଲିସକୁ ସହଯୋଗ କରିବେ ବୋଲି ହରିଶ୍ ସାଲଭେ ବମ୍ବେ ହାଇକୋର୍ଟରେ କହିଥିଲେ। ପୀଠ ଅର୍ଣ୍ଣବଙ୍କ ଦ୍ୱାରା ଦିଆଯାଇଥିବା ପିଟିସନର ଅନ୍ତିମ ଶୁଣାଣି ନଭେମ୍ବର ୫ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ନଭେମ୍ବର ୪ ସୁଦ୍ଧା ମାମଲାର ତଦନ୍ତ କରି କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।