ବିବାହ କଲେ ବଲିଉଡ ସିଙ୍ଗର ପଲକ ମୁଚଲ

ମୁମ୍ବାଇ,ଏଜେନ୍ସି: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଗାୟିକା ପଲକ ମୁଚଲ । ଦୀର୍ଘ ଦିନର ପୁରୁଷ ବନ୍ଧୁ ତଥା କମ୍ପୋଜର ମିଥୁନ ଶର୍ମାଙ୍କ ହାତ ଧରିଛନ୍ତି ପଲକ । ମୁମ୍ବାଇର ରବିବାର ତାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହ ସମାରୋହରେ ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । ବିବାହ ପୂର୍ବରୁ ହଳଦୀ ମେହେନ୍ଦୀ ଭଲି ବିଭିନ୍ନ ସମାରୋହ ଅନୁଷ୍ଠିତ ହୋଇଥିଲା । ମେହେନ୍ଦୀ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଜ୍ୟାକି ସର୍ଫଙ୍କୁ ଦେଖିବାକୁ ମିଳିଥିଲା ।

ରବିବାର ରାତିରେ ମିଥୁନ ଶର୍ମା ଓ ପଲକ ମୁଚଲଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀର ନାମିଦାମୀ ଚେହେରା ଓ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । ରୁବିନା ଦିଲେକ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳା, ରଶ୍ମି ଦେଶାଇ, ଫିଲ୍ମ ପ୍ରଡ୍ୟୁସର ଭୂଷଣ କୁମାର, ତୁଲସୀ କୁମାର, ଅରମାନ ମଲ୍ଲିକ ଓ ତାଙ୍କ ପରିବାର, ସୋନୁ ନିମଗ, ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧନାଙ୍କୁ ପଲକଙ୍କ ବିବାହରେ ଦେଖିବାକୁ ମିଳିଥିଲା । ବଧୂବେଶରେ ପଲକ ଖୁବ ସୁନ୍ଦର ଲାଗୁଥିଲେ । ସେ ଲାଲ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ । ପଲକ ଓ ମିଥୁନଙ୍କର ମୁମ୍ବାଇରେ ଦେଖା ହୋଇଥିଲା । ଏହା ପ୍ରଥମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବଲିଉଡର ବହୁ ହିଟ ଗୀତ ଗାଇ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ପଲକ । ଚାହୁଁ ମେଁ ଆନା, ଧୋକା ଧଡି, ଫଟୋକପି, ଜୁମେ କି ରାତ ହେ, ପ୍ରେମ ରତନ ଧନ ପାଓ ଗୀତ ଭଳି ହିଟ ଗୀତ ଗାଇଛନ୍ତି ପଲକ । ସେହିପରି ମିଥୁନ ସଙ୍ଗୀତ ଲେଖନ୍ତି । ଏକ ଭିଲେନ, ଅଗର, ଜିସମ ୨, ସନମରେ ଭଳି ଫିଲ୍ମରେ ସଙ୍ଗୀତ ଲେଖିଛନ୍ତି ମିଥୁନ ।