୬ରୁ ବିଏଏମଏସ୍ ଏବଂ ବିଏଚଏମଏସ୍ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଜେଇଇ ପକ୍ଷରୁ ଉଭୟ ବିଏଏମଏସ୍ (ବ୍ୟାଚେଲର ଅଫ୍ ଆୟୁର୍ବେଦିକ ମେଡିସିନ୍ ଆଣ୍ଡ ସର୍ଜରୀ) ଏବଂ ବିଏଚଏମଏସ୍ (ବ୍ୟାଚେଲର ଅଫ୍ ହୋମିଓପାଥିକ ମେଡିସିନ୍ ଆଣ୍ଡ ସର୍ଜରୀ) ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍ଟେମ୍ବର ୬ରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ।

Rank ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ନାମ ପଞ୍ଜୀକରଣ, ଚଏସ୍ ଫିଲିଂ ଏବଂ ଚଏସ୍ ଲକିଂ କରିବାକୁ ନିର୍ଦ୍ଦେଶ ରହିଛି। ଗଣମୁଣ୍ଡା ସ୍ଥିତ ଓଜେଇଇ ନୋଡାଲ କେନ୍ଦ୍ରରେ ଆସନ୍ତା ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ତେବେ ନାମଲେଖା ପ୍ରକ୍ର୍ରିୟାରୁ ଯେଉଁ ଛାତ୍ରଛାତ୍ରୀ ଓହରି ଯିବାକୁ ଆଗ୍ରହ ପ୍ରକାଶ କରନ୍ତି ତେବେ ସେମାନେ ୧୯ତାରିଖ ମଧ୍ୟରେ ଦରଖାସ୍ତ ପ୍ରଦାନ କରିବେ।

ଆସନ୍ତା ୨୧ରେ ଚୂଡାନ୍ତ ଆଲଟମେଣ୍ଟ କରାଯିବ। ୨୩ତାରିଖରୁ ୨୫ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଆଲଟମେଣ୍ଟ କରାଯାଇଥିବା ଇନ୍ଷ୍ଟିଚ୍ୟୁଟରେ ରିପୋର୍ଟ କରିପାରିବେ। ଏହାବ୍ୟତୀତ ଏହି କାଉନସେଲିଂ ପ୍ରକ୍ରିୟା ପରେ ଯଦି କିଛି ସିଟ୍ ବଳକା ପଡେ ତେବେ ସେଥିପାଇଁ ପୁଣି ସେପ୍ଟେମ୍ବର ୨୭ ଏବଂ ୨୮ତାରିଖ ଦୁଇ ଦିନ ଧରି ସ୍ପଟ୍ ନାମଲେଖା ପ୍ରକ୍ରିୟା କରାଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।