ପୁରୀରେ ବିଭିନ୍ନ ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍:ବିଶ୍ୱ ଐତିହ୍ୟନଗରୀ ପୁରୀ ପାଇଁ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଗୁରୁବାର ଏ ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଐତିହ୍ୟ ସୁରକ୍ଷା ଜୋନ୍ ଓ ବାସଗୃହ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ହୋଇଛି। ଏଥିପାଇଁ ୨୫କୋଟି ଟଙ୍କା ବ୍ୟୟ ଅଟକଳ କରାଯିବ।

ବିସ୍ଥାପିତ ପରିବାରକୁ ପାଇଁ ୬୦୦ ଘର ନିର୍ମାଣ କରାଯିବ। ପ୍ରତ୍ୟେକ ଘରର ବିଲ୍ଡଅପ୍ ଏରିଆ ୫୨୦ ବର୍ଗଫୁଟ ରହିବ। ରଘୁନନ୍ଦନ ଲାଇବ୍ରେରୀ ପୁନଃ ନିର୍ମାଣ କରାଯିବ। ଅବଢ଼ା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି।

୨ୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁଃ ଉଦ୍ଧାର, ଅଠରନଳାର ବିକାଶ ଓ ବିଭିନ୍ନ ମଠ ବିକାଶ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି।