ଭୁବନେଶ୍ୱର,ଏନ୍ଏନ୍ଏସ୍:ବିଶ୍ୱ ଐତିହ୍ୟନଗରୀ ପୁରୀ ପାଇଁ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଗୁରୁବାର ଏ ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଐତିହ୍ୟ ସୁରକ୍ଷା ଜୋନ୍ ଓ ବାସଗୃହ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ହୋଇଛି। ଏଥିପାଇଁ ୨୫କୋଟି ଟଙ୍କା ବ୍ୟୟ ଅଟକଳ କରାଯିବ।
