ସୁସ୍ଥହେଲେ ଆଉ ୭୦ କରୋନା ସଂକ୍ରମିତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୫୭୩୯ରେ ପହଞ୍ଚିଛି।

ଆଜି ସମ୍ବଲପୁର ଜିଲ୍ଲାରୁ ୧୧ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୭, ଝାରସୁଗୁଡାରୁ ୭, ସୁନ୍ଦରଗଡ଼ରୁ ୭, ଖୋର୍ଦ୍ଧାରୁ ୬, ଅନୁଗୁଳରୁ ୪, ଯାଜପୁରରୁ ୪, କଟକରୁ ୩, ଢେଙ୍କାନାଳରୁ ୩, ନୟାଗଡ଼ରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ବରଗଡରୁ ୧, ଭଦ୍ରକରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।