ସାଧାରଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ, ୬ ଗୁରୁତର

 ଦିବ୍ରୁଗଡ,ଏଜେନ୍ସି: ଆଜି ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାବେଳେ ଆସାମର ଚରାଇଦେବ, ଦିବ୍ରୁଗଡ ଓ ତିନସୁଖିଆ ଜିଲ୍ଲାରେ ଗ୍ରେନେଡ ମାଡ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ୬ଜଣ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଚରାଇଦେବ ଜିଲ୍ଲା ଅନ୍ତର୍ଗତ ସୋନାରୀ ନିକଟ ଟେକୋ ହାଟରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ସେହିପରି ଦୁଲିଆଜାନ ଥାନା ନିକଟରେ ୨ୟ ଏବଂ ଦିବ୍ରୁଗଡର ​ମାରୱାଡି ପଟ୍ଟି ଗୁରୁଦ୍ୱାରା ନିକଟରେ ୩ୟ ବିସ୍ଫୋରଣ ଘଟିଥିଲା। ଗ୍ରହାମ ବଜାର ସର୍କିଟ ହାଉସ ନିକଟରେ ୪ର୍ଥ ବିସ୍ଫୋରଣ ଓ ତିନସୁଖିଆ ଜିଲ୍ଲାର ଦୁମଦୁମା ନିକଟ ୮ନଂ ସେତୁ ନିକଟରେ ୫ମ ବିସ୍ଫୋରଣ ଘଟିଛି ।
ଘଟଣା ସ୍ଥଳରେ ପୁଲିସ ଅଧିକାରୀମାନେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ବିସ୍ଫୋରଣ ପଛରେ ଉଲଫାର ହାତ ଥିବା ସନ୍ଦେହ କରାଯାଉଛି।