Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଜେଡିର ଅଭିଯୋଗ, ସମ୍ବଲପୁରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରୁଛି ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଜେଡିର ଅଭିଯୋଗ, ସମ୍ବଲପୁରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରୁଛି ବିଜେପି

ଭୁବନେଶ୍ବର,ଏଜେନ୍ସି: ସମ୍ବେଦନଶୀଳ ଘଟଣା ପରେ ସ୍ୱାଭାବିକ ହେଉଛି ସମ୍ବଲପୁର । ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୋଲିସ ପ୍ରଶାସନର ଦୃଢ ଉଦ୍ୟମ ଯୋଗୁଁ ସେଠାରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ୱାଭାବିକ ହେଉ ବୋଲି ଚାହୁଁନାହାନ୍ତି । ଏଭଳି ଘଟଣା ଜାରି ରହୁ ବୋଲି ସେମାନଙ୍କ ଦ୍ୱାରା ଜାରି ବିବୃତ୍ତିରୁ ଜଣାପଡୁଛି । ଏଭଳି ଅଭିଯୋଗ କରିଛନ୍ତି ବିଜେଡିର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର ।

ଉଭୟଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିଜେପିର ପ୍ରାରମ୍ଭିକ ପ୍ରୟାସ ବିଫଳ ହୋଇଛି । ରାଜ୍ୟ ବିଜେପି ନେତାମାନେ ବର୍ତ୍ତମାନ ବିଭିନ୍ନ ଉପାୟରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବନ୍ଦ ଡାକରା ଦେଇଥିଲା । ଯାହା ଓଡ଼ିଶାର ଗରିବ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି ।

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହାର ଲୋକମାନେ ଶାନ୍ତିପ୍ରେମୀ । କିନ୍ତୁ ରାଜ୍ୟ ବିଜେପି ସେମାନଙ୍କୁ ଆଇନ ବିହୀନ ବୋଲି କହି କ୍ରମାଗତ ଭାବରେ ଅପମାନିତ କରୁଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ରାଜ୍ୟବାସୀ ଶାନ୍ତି ଚାହୁଁଛନ୍ତି ଏବଂ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେଉ ଚାହୁଁଛନ୍ତି । ଯାହା ବିଜେପିର ଏଜେଣ୍ଡା ସହ ମେଳ ଖାଉ ନାହିଁ । ତେଣୁ ସେମାନେ କ୍ରମାଗତ ଭାବରେ ଓଡ଼ିଶା ଏବଂ ୪.୫ କୋଟି ଓଡ଼ିଆବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ସମ୍ବଲପୁରର ସମ୍ବେଦନଶୀଳ ପ୍ରସଙ୍ଗକୁ ଜାରି ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରେସ୍ ବିବୃତି ଜରିଆରେ ଏହା କହିଛନ୍ତି ଦେବୀ ଓ ପ୍ରସନ୍ନ ।

ସମ୍ବଲପୁର ଘଟଣାରେ ହସ୍ତକ୍ଷେପ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ ହୋଇଥିଲା । ୨୦୦ରୁ ଊର୍ଦ୍ଧ୍ବ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ସଂଘବଦ୍ଧ ହୋଇ ଖଣ୍ଡା, ଲୁହା ରଡ, ଲାଠି ସହାୟତାରେ ଆକ୍ରମଣ ଯୋଜନା କରିଥିଲେ ବୋଲି ପୋଲିସ ଏଫ୍‌ଆଇଆର୍‌ରେ ଉଲ୍ଲେଖ ଅଛି । ଏହା ଏସପି ନିଜେ ସ୍ୱୀକାର କରିଛନ୍ତି । ଏହି ଗଣ୍ଡଗୋଳ ସୁଚନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ସ୍ୱୀକାର କରିଛି । ଆକ୍ରମଣକାରୀ ବିଭିନ୍ନ ଉତ୍ତେଜନାମୂଳକ ଓ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଦେଇଥିଲେ । ଏଭଳି ସ୍ଲୋଗାନ ଆଦୌ ଗ୍ରହଣୀୟ ନୁହେଁ । ୟୁଏପିଏ ଓ ଏନଏସଏ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରାଯାଇ ନାହିଁ । ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଆକ୍ରମଣକାରୀଙ୍କ ବଦଳରେ ପୀଡିତ ନିରୀହ ଲୋକଙ୍କୁ ପୋଲିସ ଗିରଫ କରୁଛି । ଏଭଳି ଘୃଣ୍ୟ ହିଂସାକାଣ୍ଡକୁ ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଏନଆଇଏ ଦ୍ୱାରା କରାଇ ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।