‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମ ଉପରେ କେଜ୍ରିୱାଲଙ୍କ ବୟାନକୁ ବିରୋଧ କରି ବିଜେପିର ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ଆଜି ବିଜେପି ବିରୋଧ ପ୍ରଦର୍ଶନ କରିଛି । ଏହି ସମୟରେ ଦିଲ୍ଲୀ ପୁଲିସ ବିଜେପି ଯୁବା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟାଙ୍କୁ ହାଜତକୁ ନେଇଛି । ତେଜସ୍ୱୀଙ୍କ ସମେତ ୪୦ରୁ ୫୦ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ହାଜତକୁ ନିଆ ଯାଇଥିବା ନେଇ ଦିଲ୍ଲୀ ପୁଲିସ କହିଛି । ମୁଖ୍ୟମନ୍ତ୍ରୀ ନିବାସ ତରଫରୁ ଯଦି କୌଣସି ଲିଖିତ ଅଭିଯୋଗ ଦାୟର ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ତେଜସ୍ୱୀ ସୂର୍ଯ୍ୟା ଏହି ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଉଥିଲେ । ପୁଲିସ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ବ୍ୟାରିକେଡ ଲଗାଇବା ସହ ୱାଟର କେନନର ମଧ୍ୟ ବ୍ୟବହାର କରିଥିଲେ । ହେଲେ ପ୍ରଦର୍ଶନକାରୀ ଏହି ବ୍ୟାରିକେଡକୁ ଭାଙ୍ଗି ଆଗକୁ ପଳାଇ ଯାଇଥିଲେ ।