ଭୁବନେଶ୍ଵର ଜିଲ୍ଲା କୃଷି ଅଧିକାରୀ କର୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ଦିନ ଭୁବନେଶ୍ଵର ଜିଲ୍ଲା କୃଷି କ।ର୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଅନ୍ୟତମ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଚିଲିକା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଏବଂ ମାନ୍ୟବର ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଖୋର୍ଦ୍ଧା ଭାସ୍କର ଚନ୍ଦ୍ର ବାରିକ ଏବଂ ଜିଲ୍ଲା କୃଷି ଅଧିକାରୀ, ଭୁବନେଶ୍ଵର ଦୁର୍ଯ୍ୟୋଧନ ପତଙ୍ଗ ଉପସ୍ଥିତ ରହିଥିଲେ। ଏହି ସଭାକୁ ବ୍ଲକ୍ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିଲେ ।