ବିଗ ବସ-୧୩ର କାର୍ୟ୍ୟକଳାପକୁ ବିରୋଧ କରି କେନ୍ଦ୍ରକୁ ଚିଠି ଲେଖିଲେ ବିଜେପି ନେତା

ନୂଆଦିଲ୍ଲୀ,ଏଜେନ୍ସି: କଲର୍ସ ଟିଭି ଚାନେଲରେ ପ୍ରସାରିତ ହେଉଥିବା ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ-୧୩ ଆରମ୍ଭ ହେଉ ହେଉ ବିବାଦରେ ଫସିଛି। ଏହି ଶୋ’ ଦ୍ୱାରା ଆମ ସଂସ୍କୃତି ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗାଜିଆବାଦ ଲୋନୀ ବିଧାନସଭା ଆସନ ବିଧାୟକ ନନ୍ଦକିଶୋର ଗୁର୍ଜର।

ବିଧାୟକ ଶ୍ରୀ ଗୁର୍ଜର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଶୋ’ କୁ ଅଧିକ ଚର୍ଚ୍ଚିତ କରିବା ପାଇଁ ଜଣେ ବ୍ରାହ୍ମଣଙ୍କୁ ମୁସଲମାନ ସହ ବେଡ଼ ସେୟାର କରିବା ଭଳି ଅଶାଳୀନ କାମ କରିବାକୁ କୁହାଯାଉଛି। ତେଣୁ ଏହି ଶୋ’କୁ ଯଥାଶୀଘ୍ର ବନ୍ଦ କରାଯାଉ ବୋଲି ବିଧାୟକ ନନ୍ଦକିଶୋର ଗୁର୍ଜର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବିଗ-ବସ ସିଜିନର ବିଏଫଏଫ(ବେଡ଼ ଫ୍ରେଣ୍ଡ ଫରଏଭର) ନାମରେ ଏକ କଣ୍ଟେଣ୍ଟ ରଖାଯାଇଛି। ଯେଉଁଥିରେ ବର୍ତ୍ତମାନ ୫ଜଣ ମହିଳା ପ୍ରତିଯୋଗୀ ୫ଜଣ ପୁରୁଷ ପ୍ରତିଯୋଗୀଙ୍କ ସହ ବେଡ଼ ସେୟାର କରୁଛନ୍ତି।