ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି

ମୁମ୍ବଇ,ଏଜେନ୍ସି: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ୧୩ ଦିନ ବିତିଥିବାବେଳେ ବର୍ତ୍ତମାନ ସରକାର ଗଠନକୁ ନେଇ କୌଣସି ସ୍ପଷ୍ଟିକରଣ ହୋଇପାରି ନାହିିଁ। ଏହି ପରିପ୍ରେକ୍ଷୀରେ ବିଜେପି କୋର କମିଟିର ଗତ ବୁଧବାର ଅନୁଷ୍ଠିତ ବୈଠକରେ ଶିବସେନା ସହିତ ମୁଖ୍ୟମନ୍ତ୍ରୀ ପଦବୀ ବଣ୍ଟା ନ ହେବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏବଂ ସୁଧୀର ମୁଙ୍ଗତିୱାର ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ନିଜ ବାସଭବନକୁ ଦଳୀୟ ବିଧାୟକମାନଙ୍କୁ ଡକାଇଛନ୍ତି। ଉଦ୍ଧବ ଠାକରେ ଏନସିପି-କଂଗ୍ରେସ ସହଯୋଗରେ ସରକାର ଗଠନ କଲେ କ’ଣ ଲାଭ ଏବଂ କ୍ଷତି ହେବ ସେନେଇ ବିଧାୟକମାନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିବା ଜଣାପଡ଼ିଛି। ତେବେ କଂଗ୍ରେସ-ଏନସିପି ଶିବସେନାକୁ ସମର୍ଥନ ଦେବାକୁ ଚାହୁଁଥିଲେ ହେଁ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି।