ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ। ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ସଭାପତି ନବୀନ ପଟ୍ଟନାୟକ ସଭାପତିତ୍ୱ କରିବେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ପରେ ସଦସ୍ୟମାନଙ୍କର ମତାମତ ଲୋଡ଼ାଯିବ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ବୃଦ୍ଧି, ମହାନଦୀର ପାଣି ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନା ଥାଉକି, ବିଜେଡିର ନୂଆ ଟିମ୍ ଗଠନ ହେବା ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି।