ଗୌହାଟୀ: ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଆସାମ ଜନତାଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିବାବେଳେ ପ୍ରତ୍ୟେକ ମାସ ଆର୍ଥିକ ସହାୟତା ପ୍ରଦାନ କରିିବାର ବିଶେଷ ଘୋଷଣା କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି।
ନିର୍ବାଚନୀ ଇସ୍ତାହାର ଅନୁସାରେ, ରାଜ୍ୟର ୩୦ଲକ୍ଷ ଗରିବ ପରିବାରଙ୍କୁ ପ୍ରତ୍ୟେକ ମାସ ୩ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବ। ବ୍ରହ୍ମପୁତ୍ର ବନ୍ୟା ଓ ଅତିରିକ୍ତ ପାଣିକୁ ସଂରକ୍ଷିତ କରିବା ପାଇଁ ବଡ଼ ରିଜର୍ଭ ବ୍ୟବସ୍ଥା କରାଯିବ। ଏତଦବ୍ୟତୀତ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବା ପାଇଁ ସାଇକେଲ, ୨ଲକ୍ଷ ସରକାରୀ ଚାକିରି ଦିଆଯିବ, ଘରୋଇ କ୍ଷେତ୍ରରେ ୮ଲକ୍ଷ ଚାକିରି ସୃଷ୍ଟି କରାଯିବ ଓ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।