ସମ୍ପର୍କୀୟଙ୍କ ଘରୁ ମିଳିଲା ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ ।

ତେବେ ସେ କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଛନ୍ତି । ଏନେଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରିବ ପୁଲିସ । ଧର୍ମେନ୍ଦ୍ରଙ୍କ ଫୋନ୍ ପୁଲିସ ଜବତ କରିଛି ନା ନାହିଁ ତାହା ସ୍ପଷ୍ଟ ହୋଇନି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।