ସସ୍ମିତ ପାତ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା କମିଟିର ସଦସ୍ୟ ମନୋନୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂତନ ଦାୟିତ୍ୱ ମିଳିଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଶ୍ରୀ ପାତ୍ର ମନୋନୀତ ହୋଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଶୁଭ୍ରମଣ୍ୟମ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଶଶି ଥରୁର , ରାହୁଲ ଗାନ୍ଧି , କିରନ୍ ଖେର୍, ଜିଭିଏଲ ନରସିଂହା ରାଓ ଓ ମନୀଷ ଗୁପ୍ତା ପ୍ରମୁଖ ରହିଛନ୍ତି । ଶ୍ରୀ ପାତ୍ର ଏହି କମିଟି ବ୍ୟତୀତ ମାନବ ସମ୍ବଳ ଓ କ୍ରୀଡା ମନ୍ତ୍ରଣାଳୟର ପାର୍ଲାମେଂଟାରୀ ଷ୍ଟାଣ୍ଡିଂ କମିଟି ଏବଂ ପ୍ରିଭିଲେଜ୍ କମିଟିର ସଦସ୍ୟ ଅଛନ୍ତି ।