ଚିଲିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର,ଏଜେନ୍ସି: ରାଜ୍ୟରେ ପକ୍ଷୀ ଗଣନା ପ୍ରକ୍ରିୟା ୨ ଦିନ ହେବ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ୫ଟି ରେଞ୍ଜରେ ୨୧ ଟି ଟିମ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୯ଟି ଟିମ ଜଳ ଭାଗରେ ଏବଂ ୧୨ଟି ଟିମ ସ୍ଥଳ ଭାଗରେ ଗଣନା କରୁଛନ୍ତି। ଭୋର ୫ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ପକ୍ଷୀ ଗଣନାକାରୀଙ୍କୁ ପକ୍ଷୀ ଗଣିବା ପାଇଁ ବାଇନାକୁଲାର, ଗାଇଡ଼୍‌ ବହି ଇତ୍ୟାଦି ସାମଗ୍ରୀ ଦିଆଯାଇଛି।

ରିପୋର୍ଟ ମୁତାବକ ୨୦୨୦ ରେ ୧୮୪ ପ୍ରଜାତିର ପକ୍ଷୀ ଏବଂ ୧୧ ଲକ୍ଷ ୫ ହଜାର ପକ୍ଷୀ ଚିଲିକାକୁ ଆସିଥିଲେ।