ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ବର,ଏଜେନ୍ସି: ଆଜି ଭୁବନେଶ୍ବରରୁ ରାଉଲକେଲାକୁ ଉଡ଼ିବ ବିମାନ । ସକାଳ ୯ଟା ୨୦ରେ ଭିଡିଓ କନଫରେନ୍ସସିଂ ଜରିଆରେ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର- ରାଉରକେଲା ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିବେ । ତେବେ ଆଲାଏନ୍ସ ଏୟାର ଦ୍ଵାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାତାୟାତ କରି ପାରିବେ । ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ଵର- ରାଉରକେଲା ବିମାନ ଉଡ଼ାଣର ଫ୍ଲାଗ ଅଫ୍ କରିବେ ।

ଆଜି ସକାଳ ୧୦ଟା ୪୫ରେ ବିମାନ ଭୁବନେଶ୍ୱର ଛାଡ଼ିଲା ପରେ ୧୧ଟା ୪୦ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ । ଏହାପରେ ବିମାନ ୧୨ଟା ୫ରେ ରାଉରକେଲାରୁ ବାହାରି ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ୧୨ ତାରିଖରୁ ଭୁବନେଶ୍ଵରରୁ ରାଉରକେଲା ରୁଟିନ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ଟା ୫୫ରେ ଛାଡ଼ିବ ଓ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ । ଏହା ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା ୨୭୨୧ ଟଙ୍କା ରହିଛି ।

ଏନେଇ ଭୁବନେଶ୍ଵର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଆଜି ଇନାଗୁରାଲ ଫ୍ଲାଇଟ ଅଛି । ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଏଥିସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ବିମାନ ଉଡ଼ାଣର ଫ୍ଲାଗ ଅଫ କରିବେ । ଆଜି ଯେଉଁ ବିମାନ ଉଡାଣ ଅଛି ତାହା ଏଠାରୁ ୧୦.୪୫ରେ ବାହାରିବ ଏବଂ ୧୧.୪୦ ସେଠାରେ ପହଞ୍ଚିବ । ଏଥିସହ ସେଠାରୁ ୧୨.୦୫ରେ ବାହାରିବ ଭୁବନେଶ୍ବରରେ ୧ଟାରେ ପହଞ୍ଚିବ । ତେବେ ରେଗୁଲାର ବିମାନ ଉଡାଣ ୧୨ ତାରିଖରୁ ହେବ ।