ବିବାହ ଭୋଜିବନ୍ଦ କରିବାକୁ ଯାଇଥିଲେ ତହସିଲଦାର, ପିଟିଲେ ଗାଁ ଲୋକେ

ମୋହନା, ଏନ୍ଏନ୍ଏସ୍: ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି କରୋନା ସଂକ୍ରମଣର ଚେନ୍ ବ୍ରେକ୍ କରିବା ପାଇଁ ରାଜ୍ୟସରକାର ୧୪ ଦିନିଆ ଲକଡାଉନ କରିବାସହ ବିଭିନ୍ନ ଗାଇଡଲାଇନ ଜାରି କରିଛନ୍ତି। ବିବାହ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଏକାଠି ନହେବାକୁ ସରକାର ଗାଇଡଲାଇନ ଜାରିକରିଛନ୍ତି। ହେଲେ ଏହି ନିୟମକୁ ବହୁଲୋକ ମାନୁନଥିବା ଦେଖିବାକୁ ମିଳିଛି। କିଛି ଅମାନିଆଙ୍କୁ ସାବାଡ଼ କରିବାକୁ ଯାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି।
ଏହି କ୍ରମରେ ଆଜି ମୋହନା ଅଞ୍ଚଳରେ ଚାଲିଥିବା ବିବାହ ଭୋଜି ବନ୍ଦ କରିବାକୁ ଯାଇ ଆର. ଉଦୟଗିରି ତହସିଲଦାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ମୋହନା ଥାନା ଛେଳିଗାଁରେ ଏକାଧିକ ଭୋଜି ଆୟୋଜନର ଖବରପାଇ ତହସିଲଦାର ସେଠାକୁ ଯାଇଥିଲେ। ସେଠାରେ ଲୋକଙ୍କୁ ତାଦିଗ କରିବାକୁ ଗାଁ ଲୋକେ ତହସିଲଦାରଙ୍କୁ ଗୋଡାଇଗୋଡାଇ ପିଟିଥିଲେ। ତହସିଲଦାରଙ୍କୁ ଗୁରୁତର ଅବସ୍ଥାରେ ଆର୍. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।