ରାଜଧାନୀରେ ଅଳିଆ ଅଡୁଆ, ମେୟରଙ୍କୁ ଚିଠି ଲେଖିଲେ ସାସଂଦ ଅପରାଜିତା

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁଆଶୁଣି ଡମ୍ପିୟାର୍ଡ ବିବାଦକୁ ନେଇ ଆର୍ବଜନାମୟ ହୋଇପଡ଼ିଛି ସ୍ମାର୍ଟସିଟି ଭୁବନେଶ୍ବର । ତେବେ ଭୁବନେଶ୍ବରର ଏହି ଅଳିଆ ସମସ୍ୟାକୁ ନେଇ ତିନି ଦିନ ସମୟ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ନଚେତ୍ ବିଏମସି କାର୍ଯ୍ୟାଳୟ ଯାଇ ମେୟର କମିଶନରଙ୍କ ସହ ଆଲୋଚନା କରିବେ ବୋଲି ସେ ଏକ ଚିଠି ମାଧ୍ୟମରେ କହିଛନ୍ତି ।

ଏ ନେଇ ସାଂସଦ ଅପରାଜିତା କହିଛନ୍ତି, “ରାଜ୍ୟର ରାଜଧାନୀ ଯଦି ଅଳିଆମୟ ହେବ ତାହେଲେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ । କେବଳ କମିଶନର ନୁହେଁ, ମେୟର, କର୍ପୋରେଟର ଓ ନାଗରିକଙ୍କ ମିଳିତ ଉଦ୍ୟମରେ ଏହି ସମାଧାନ ହେବା ଉଚିତ । ନାଗରିକଙ୍କୁ ନିଜ ସମସ୍ୟା ନ କହୁ ପ୍ରଶାସନ। ଲୋକଙ୍କ ସମସ୍ୟା ସମାଧାନ କରୁ ପ୍ରଶାସନ । ଘରର ଡ୍ରଇଂ ରୁମ ଯଦି ଅଳିଆ ହେଲା ପୁରା ଘର ଅଳିଆ । ସେହିଭଳି ରାଜ୍ୟର ରାଜଧାନୀ ଯଦି ଅଳିଆମୟ ହେବ ତାହେଲେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ।”