ଭୁବନେଶ୍ୱର ମେଟ୍ରୋ ରେଲ ପ୍ରୋଜେକ୍ଟ ପାଇଁ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର : ଭୁବନେଶ୍ୱର ମେଟ୍ରୋ ରେଲ ପ୍ରୋଜେକ୍ଟ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରେ ତ୍ରିଶୁଳିଆ କାର୍ଯ୍ୟ ହେବ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବ୍ୟୟ ହେବାକୁ ଥିବା ୬,୨୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।