ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ନେହେରୁଙ୍କ ଭାରତରେ ଅଧା ଏମ୍‌ପି ଦାଗୀ, ରାଷ୍ଟ୍ରଦୂତ୍ତଙ୍କୁ ଭାରତର ସମନ

ନୂଆଦିଲ୍ଲୀ,ଏଜେନ୍ସି: ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୁଙ୍ଗ କହିଛନ୍ତି ଯେ ନେହେରୁ ଇଣ୍ଡିଆରେ ପ୍ରାୟ ଅର୍ଦ୍ଧେକ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଭଳି ମନ୍ତବ୍ୟକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗଙ୍କ ଏହି ମନ୍ତବ୍ୟ ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଙ୍ଗାପୁରର ଦୂତ ସାଇମନ ୱାଙ୍ଗ୍‌ଙ୍କୁ ସମନ ଜାରି କରାଯଅଇଛି।

ସିଙ୍ଗାପୁର ଭାରତ ପାଇଁ ଏକ ପ୍ରମୁଖ ରଣନୈତିକ ଭାଗିଦାରୀ, ଏବଂ ଶୀର୍ଷ ରାଜନୈତିକ ନେତୃତ୍ୱ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ନୂଆଦିଲ୍ଲୀ ପାଇଁ ଘନିଷ୍ଠ ରଣନୀତିକ ଭାଗୀଦାରଙ୍କଠାରୁ ଦୂତ ଡାକିବା ଅସ୍ୱାଭାବିକ ଥିବାବେଳେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଉପରେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି।

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମଙ୍ଗଳବାର ସଂସଦରେ ଉଦ୍‌ବୋଧନ ଦେବା ବେଳେ ଗଣତନ୍ତ୍ର କିପରି କାର୍ଯ୍ୟ କରିବା ଉଚିତ୍ ବୋଲି କହିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କଥା ଉଠାଇଥିଲେ। ସେ କହିଥିଲେ ଅଧିକ ଦେଶ ଉଚ୍ଚ ଆଦର୍ଶ ଏବଂ ଉତ୍ତମ ମୂଲ୍ୟବୋଧ ଆଧାରରେ ପ୍ରତିଷ୍ଠିତ ଏବଂ ଆରମ୍ଭ କରନ୍ତି। କିନ୍ତୁ ଧୀରେ ଧୀରେ ପିଢି , ଚିନ୍ତାଧାରା ଏବଂ ଜିନିଷଗୁଡ଼ିକ ବଦଳିଯାଏ ବୋଲି ଲି କହିଛନ୍ତି।

ସେ କହିଛନ୍ତି , ସରକାରରେ ଥିବା ବ୍ୟକ୍ତିମାନେ ଯଦି ସାଧୁତା ବଜାୟ ରଖନ୍ତି ଏବଂ ଆଇନ ଓ ନିୟମାବଳୀକୁ ସମସ୍ତଙ୍କ ପାଇଁ ସମାନ ଭାବେ କାର୍ଯ୍ୟକାରୀ କରନ୍ତି, ତେବେ ସିଙ୍ଗାପୁର ଜନସାଧାରଣ ସେମାନଙ୍କ ନେତା, ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ବିଶ୍ବାସ ରଖିପାରିବେ।