ଫାଇନାଲ ପୂର୍ବରୁ ଷ୍ଟାଡିୟମ ବାହାରେ ‘ଭାରତ ମାତା କି ଜୟ’ ନାରା

ଗୁଜରାଟ: ୱାର୍ଲ୍ଡକପ ମହାମୁକାବିଲା ପୂର୍ବରୁ ଭାରତୀୟ ଟିମର ବିଜୟ ପାଇଁ ସମଗ୍ର ଦେଶରେ ପୂଜା ଓ ପ୍ରାର୍ଥନା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଉଭୟ ଟିମର ଖେଳାଳି ଅହମ୍ମଦାବାଦ କ୍ରିକେଟ ଷ୍ଟାଡିୟମରେ ଖୁବ୍ ଝାଳ ବୁହାଉଛନ୍ତି । ଇତିମଧ୍ୟରେ ବଡ଼ ସଂଖ୍ୟାରେ କ୍ରିକେଟ ପ୍ରେମୀ ଭାରତୀୟ କ୍ରିକେଟରଙ୍କ ଗୋଟିଏ ଝଲକ ପାଇବା ପାଇଁ ଷ୍ଟାଡିୟମ ବାହାରେ ଅପେକ୍ଷା କରିଛନ୍ତି । ଏହି ସମୟରେ ସେମାନେ ‘ଭାରତ ମାତା କି ଜୟ’ ନାରା ମଧ୍ୟ ଦେଇଥିଲେ ।

ଏହି ସମୟରେ ଜଣେ କ୍ରିକେଟ ପ୍ରେମୀ କହିଛନ୍ତି ଯେ, ଫାଇନାଲ ମୁକାବିଲାରେ ଆମ ଭାରତ ଟିମ୍ ହିଁ ଜିତିବ । ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ ।