ଏଣିକି ଇଏସଆଇ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଆସିବ ସିଧାସଳଖ ଅର୍ଥ

ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି)ର ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଇ-ପେମେଣ୍ଟ ଜରିଆରେ ସିଧାସଳଖ ଅର୍ଥ ପଇଠ କରାଯିବ। ଫଳରେ କୌଣସି ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିବ ନାହିଁ । ଏପରି ଏକ ବ୍ୟବସ୍ଥା ଲାଗି ଇଏସଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର କ୍ୟାସ ମ୍ୟାନେଜମେଣ୍ଟ ପ୍ରଡକ୍ଟ (ସିଏମପି) ଇ-ପେମେଣ୍ଟ ପ୍ରଯୁକ୍ତି ବ୍ୟବସ୍ଥା ଜରିଆରେ ଇଏସଆଇସିର ଉଦ୍ୟୋଗୀ ସମ୍ବଳ ଯୋଜନା (ଇଆରପି) ପ୍ରକ୍ରିୟା ସହ ଇ-ପେମେଣ୍ଟ ସଂଯୋଗ ବ୍ୟବସ୍ଥାକୁ ଯୋଡ଼ିବ।
ଇ-ପେମେଣ୍ଟ ବ୍ୟବସ୍ଥା ସଂଯୋଗ ହେବା ଫଳରେ ଇଏସଆଇସି ହିତାଧିକାରୀ ଓ ଅନ୍ୟ ପ୍ରାପକମାନଙ୍କୁ ବୈଧାନିକ ଅର୍ଥ ପଇଠର ଲାଭ ମିଳିପାରିବ। ଫଳରେ କମ ସମୟ ମଧ୍ୟରେ ସେମାନେ ଅର୍ଥ ପାଇପାରିବେ।

ଏହା ଡାଟା ଏଣ୍ଟ୍ରି କାରଣରୁ ହେଉଥିବା ତ୍ରୁଟିବିଚ୍ୟୁତିକୁ ଦୂର କରିବ। ନୂଆ ବ୍ୟବସ୍ଥା ଦ୍ୱାରା ଇଏସଆଇସିର ସମସ୍ତ ଅଂଶୀଦାର ଲାଭବାନ ହୋଇପାରିବେ। ଇଏସଆଇସି ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଏବଂ ଭାରତୀୟ ଷ୍ଟେଟବ୍ୟାଙ୍କର ଡିଜିଏମ ସୁନୀଲ ୱାଧେରାଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା।