ପୁରୀକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

ପୁରୀ,ଏନ୍ଏନ୍ଏସ୍: ପୁରୀକୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ଏନେଇ ପୁରୀ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ସମୟରେ ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ରେଳମନ୍ତ୍ରୀ ହେବା ପରେ ଏହା ହେଉଛି ବୈଷ୍ଣବଙ୍କ ପ୍ରଥମ ଓଡ଼ିଶା ଗସ୍ତ।

ସୂଚନାଯୋଗ୍ୟ, ସାରା ଦେଶରେ ମୋଟ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ପୁରୀକୁ ଗୋଟିଏ ଚଳାଚଳ କରିବ ବୋଲି ଜଣାପଡ଼ିଛି।