ପାନାଜୀ: ଗୋଆରେ ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଗୋଆରେ ସରକାରୀ ଚାକିରି କରିବା ପୂର୍ବରୁ ଘରୋଇ ଚାକିରିର ଅଭିଜ୍ଞତା ଥିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଘରୋଇ ଚାକିରିର ନ୍ୟୁନତମ ୧ ବର୍ଷର ଅଭିଜ୍ଞତା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଆୟୋଜିତ ଏକ ରୋଜଗାର ମେଳାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଗ୍ରାଜୁଏସନ ସରିବା ପୂର୍ବରୁ କିଛି ପ୍ରାର୍ଥୀ ଆକାଉଣ୍ଟାଣ୍ଟ ଓ ଅନ୍ୟ ପଦ ପାଇଁ ଆବେଦନ କରିଥାନ୍ତି । କିନ୍ତୁ ଏବେ ଆଉ ପୂର୍ବଭଳି ବିନା ଅଭିଜ୍ଞତାରେ ଚାକିରି ମିଳିବନି । ସରକାର ଭିତ୍ତିଭୂମି ସହ ମାନବ ସଂଶୋଧନ ଦିଗରେ ମଧ୍ୟ କାମ କରୁଛନ୍ତି ସେଥିପାଇଁ ଭର୍ତ୍ତି ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।