ଆନ୍ଧ୍ରପ୍ରଦେଶ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ ୧’ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ‘ଆଦିତ୍ୟ ଏଲ ୧’ ମିଶନର ମିନି ମଡେଲ ସହ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ସୂଚନାଯୋଗ୍ୟ, ‘ଆଦିତ୍ୟ ଏଲ ୧’ ଆସନ୍ତାକାଲି ସକାଳ ୧୧ଟା ୫୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯିବ । ଲଞ୍ଚ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ, ରୋକେଟ ଓ ସେଟଲାଇଟ ପ୍ରସ୍ତୁତ ଅଛି । ଆମେ ପ୍ରକ୍ଷେପଣ ପାଇଁ ଅଭ୍ୟାସ ସମ୍ପୂର୍ଣ୍ଣ କରି ନେଇଛୁ ।