ବ୍ଲାକ୍ ଫିଭରରୁ ସାବଧାନ ରୁହନ୍ତୁ

ବ୍ଲାକ୍ ଫିଭର ଏକ କ୍ଷତିକାରକ ସଂକ୍ରାମକ ରୋଗ। ଏହାର ବୈଜ୍ଞାନିକ ନାମ ଭିସ୍କେରଲ ଲିଶ୍ମେନିୟେସିସ। ଏହି ଜ୍ୱରର ପ୍ରକୋପ ମୁଖ୍ୟ ରୂପରେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ବ୍ୟତୀତ ଅନ୍ୟ କେତୋଟି ରାଜ୍ୟରେ ଦେଖିବାକୁ ମିଳେ। ଏହି ଜ୍ୱର ମୁଖ୍ୟ ରୂପରେ ମାଦା ଫ୍ଲେବୋଟୋମିନ ସେଣ୍ଡଫ୍ଲାଇଜ ପ୍ରଜାତିର ମାଛି ଦ୍ୱାରା ସଂକ୍ରମଣ ହୋଇଥାଏ। ଏହି ମାଛି ଆକାରରେ ବହୁତ ଛୋଟ ଥାଏ ଓ ଏହାର ଆକାର ମଶାର ଚାରି ଭାଗରୁ ଏକ ଭାଗ। ଏହି ମାଛିର ଶରୀରର ଲମ୍ବା ୧.୫ରୁ ୩.୫ ମି.ମି ପର୍ଯ୍ୟନ୍ତ।

ଲକ୍ଷଣ : ଜ୍ୱର ହେବା, ଦୁର୍ବଳ ଅନୁଭବ କରିବା, ଏନିମିଆ, ଲିଭର ଓ ପ୍ଲିହା ଫୁଲିବା, ଭୋକ ନ ଲାଗିବା, ଶରୀର ହଳଦିଆ ପଡ଼ିଯିବା, ହାତ, ପାଦ, ପେଟ ବା ଚେହେରା ଭୂରା ରଙ୍ଗ ହୋଇଯିବା, ଚର୍ମରେ ଶୁଷ୍କତା ଆସିବା, କେଶ ଝଡ଼ିବା ଇତ୍ୟାଦି ଏହି ରୋଗର ଲକ୍ଷଣ।

ସାବଧାନତା : ବ୍ଲାକ୍ ଫିଭରରୁ ରକ୍ଷା ପାଇବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ବହୁତ ଜଲ୍ଦି ଏହାର ଟୀକା ବାହାରିବ ବୋଲି ସୂଚନା ଦିଆଯାଇଛି। ସାବଧାନ ରହିବା ପାଇଁ ପାଣିକୁ ଗୋଟେ ସ୍ଥାନରେ ଜମିବାକୁ ଦେବା ଉଚିତ୍ ନୁହେଁ। ଓଦାଳିଆ ଓ ପାଣି ଜମିଥିବା ସ୍ଥାନରେ ଏହି ମାଛିମାନେ ଜନ୍ମ ନେଇଥାନ୍ତି। ନିଜର ଆଖପାଖ ସ୍ଥାନକୁ ପରିଷ୍କାର ରଖିବା ଉଚିତ୍। ସବୁଠାରୁ ଭଲ ଉପାୟ କୌଣସି ପ୍ରକାରର ମାଛି କାମୁଡ଼ିବାରୁ ନିଜକୁ ରକ୍ଷା କରିବା ଉଚିତ୍। ଏହି ମାଛି ସନ୍ଧ୍ୟାରୁ ସକାଳ ସମୟ ମଧ୍ୟରେ ଅଧିକ ସକ୍ରିୟ ରହିଥାନ୍ତି। ପୂରା ଡ୍ରେସ୍ ବା ଲୁଗା ପିନ୍ଧିବା ଉଚିତ୍। ଘରେ କୀଟନାଶକର ପ୍ରୟୋଗ କରିବା ଓ ମଶାରୀ ବ୍ୟବହାର କରିବା ଉଚିତ୍।