ଭୁବନେଶ୍ୱର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି । ତ୍ରିନାଥଙ୍କ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ତ୍ରିନାଥଙ୍କଠାରେ ମୋଟ ୧୧ କୋଟି ୨ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବର୍ହିଭୂତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।