Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ଜୋରଦାର ବିରୋଧ: ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ଜୋରଦାର ବିରୋଧ: ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ :ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହେଉଛନ୍ତି ।​ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ବେଫି) ପକ୍ଷରୁ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଶ୍ରମ ମନ୍ତ୍ରାଳୟ ଏବଂ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ)ଙ୍କ ପକ୍ଷରୁ ଧର୍ମଘଟ ଏଡାଇବା ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ସହ ​‌ହୋଇଥିବା ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଧର୍ମଘଟ ହେଉଥିବା ଜଣାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ ବ୍ୟାଙ୍କ ଗଠନ ପାଇଁ ହେଉଥିବା ଏହି ମିଶ୍ରଣ ପ୍ରଚେଷ୍ଟାକୁ ବ୍ୟାଙ୍କ କର୍ମଚାରୀ ତୀବ୍ର ବିରୋଧ କରୁଛନ୍ତି । ଏହା ହେଲେ ଦେଶରେ ଆଉ ୬ଟି ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ହୋଇଯିବ । କର୍ମଚାରୀଙ୍କ ଏହି ଧର୍ମଘଟକୁ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ (ଏଆଇଟିୟୁସି) ତାର ସମର୍ଥନ ଦେଇଛି । ଏହି ଧର୍ମଘଟରେ ଦେଶର ସାଢେ ତିନି ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ । ସଂଘ ବ୍ୟାଙ୍କ ମିଶ୍ରଣ ବ୍ୟତୀତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆଉଟ୍‌ସୋର୍ସିଂକୁ ବିରୋଧ କରୁଛି ।

ତେବେ ଏହି ଧର୍ମଘଟରେ ବ୍ୟାଙ୍କ ଅଫିସର ସଂଘଗୁଡିକ ସାମିଲ ​‌ହୋଇନାହାନ୍ତି । ଧର୍ମଘଟ ଯୋଗୁ ଦେଶବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଏଟିଏମ୍‌ରେ ନଗଦ ଟଙ୍କା ଉଠାଣ ​‌ନେଇ ସେଭଳି ସମସ୍ୟା ଉପୁଜିବା ଆଶଙ୍କା ନାହିଁ।ଓଡ଼ିଶାରୁ ପ୍ରାୟ ୧୫,୦୦୦ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ ‌ବୋଲି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ (ଏଓବିଇଏ)ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି । ଏହି ଅବସର​‌ରେ ଆଜି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀମାନେ ମାଷ୍ଟକ କ୍ୟାଣ୍ଟିନ୍‌ ଛକ ସ୍ଥିତ ପିଏନ୍‌ବିର ଜୋନାଲ କାର୍ୟ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ମ୍ୟାନେଜମେଣ୍ଟ ବିରୋଧୀ ସ୍ଲୋଗାନ୍‌ମାନ ଦେଇଥିଲେ ।