ଗଜନବିକୁ ନେଇ ପାକିସ୍ତାନର ଗର୍ବ, ଟକ୍କର ଦେବ ଭାରତର ୪ ମିଶାଇଲ

ଇସ୍ଲାମାବାଦ,୨୯ା୮: ପାକିସ୍ତାନରେ ବୁଧବାର ରାତିରେ ଛୋଟ ବାଲାସ୍ଟିକ୍ ମିସାଇଲ ଗଜନବିର ସଫଳ ପରୀକ୍ଷା ହୋଇଛି। ତେବେ ଏହି ମିସାଇଲର କ୍ଷମତା ୨୯୦ରୁ ୩୨୦ କିଲୋମିଟର ରହିଥିବାବେଳେ ଏହାଦ୍ୱାରା କେବଳ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ମାଡ଼ କରିହେବ।

ସେହିପରି ଭାରତରେ ପୂର୍ବରୁ ଅଧିକ କ୍ଷମତା ବିଶିଷ୍ଟ ୪ଟି ମିଶାଇଲ ରହିଛି। ସେଗୁଡ଼ିକ ହେଲା ପୃଥିବୀ-୨ ଓ ୩, ଧନୁଷ ଏବଂ ଛୋଟ ବ୍ରହ୍ମୋସ ମିସାଇଲ। ତେବେ ପୃଥିବୀ-୨ ମିସାଇଲର କ୍ଷମତା ୩୫୦ କିଲୋମିଟର ଥିବାବେଳେ ପୃଥିବୀ-୩ର ୩୦୦ରୁ ୩୫୦ କିଲୋମିଟର ରେଞ୍ଜ ରହିଛି। ସେହିପରି ଧନୁଷର ୨୫୦ରୁ ୩୫୦କିଲୋମିଟର ଏବଂ ବ୍ରହ୍ମୋସର ୩୦୦ରୁ ୫୦୦ କିଲୋମିଟର ରେଞ୍ଜ ରହିଛି। ସେହିପରି ଭାରତ ପାଖରେ ଆହୁରି ମଧ୍ୟ ଅନେକ ଶକ୍ତିଶାଳୀ ମିଶାଇଲ ସାଗରିକା, ଅଗ୍ନି-୧, ଶୋର୍ୟ, ନିର୍ଭୟ ପ୍ରଭୃତି ରହିଛି।