ପ୍ରଧାନମନ୍ତ୍ରୀଙ୍କୁ ପୁନିଆଙ୍କ ଭାବବିହ୍ୱଳ ଅପିଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ସିଂହଙ୍କ ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯ୍ୟାତନାର ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ କ୍ରୋଧ ଜାହିର କରି କହିଛନ୍ତି ଯେ, ଆମ ଟ୍ରେନିଂ ଖରାପ ହେଉଛି ଏବଂ ଆମେ ବି ଏଠାରେ ବସିବାକୁ ଚାହୁଁନୁ । ଆମେ ଆମର ସମସ୍ତ ଦାବୀକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିଛୁ । ଆଉ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ପ୍ରଦର୍ଶନ ଜାରି ରହିବ ।

ବଜରଙ୍ଗ ପୁନିଆ ଆହୁରି କହିଛନ୍ତି ଯେ, ଏହି ଲଢ଼େଇ ସରକାର ନୁହେଁ ବରଂ ଫେଡେରେସନ ସହ ରହିଛି । ଏହି ବର୍ଷ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆଶା କରୁଛୁ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଖୁବଶୀଘ୍ର ଶୁଣାଣୀ କରିବେ । ଫେଡେରେସନ ଅଧ୍ୟକ୍ଷ ଏହାକୁ ରାଜନୀତି ରଙ୍ଗ ଦେଉଥିବାବେଳେ ପ୍ରଦର୍ଶନରେ କେବଳ ଖେଳାଳୀ ସାମିଲ ଅଛନ୍ତି ।