କେନ୍ଦୁଝର,ବଡ଼ବିଲ,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରୁ ଆଜି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ଟି ଲୋକାଲ କେସ ରହିଛି। ତେବେ ସମସ୍ତ ଲୋକାଲ କେସ ବଡ଼ବିଲ ସହରର ଓ ସେମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ବଡ଼ବିଲ ସହରକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ସେହିପରି ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୧୩ ଜଣ ବାହାର ରାଜ୍ୟରୁ ଆସି ଟିଏମସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ଓ ଅନ୍ୟଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଏହି ୧୪ ଜଣ ପାଟଣା ବ୍ଲକ, ହରିଚନ୍ଦନପୁର ବ୍ଲକ, ଘଟଗାଁ ବ୍ଲକ ଓ କେନ୍ଦୁଝର ସଦର ବ୍ଲକ ଅଞ୍ଚଳର ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

