ରାଉରକେଲାରୁ ଚୋରି ହୋଇଥିବା ଶିଶୁପୁତ୍ର ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା, ଏନ୍ଏନ୍ଏସ୍: ରାଉରକେଲା ରେଲଷ୍ଟସନରୁ ଚୋରି ହୋଇଥିବା ଶିଶୁ ପୁତ୍ର ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର ହୋଇଛି। ଏକ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଶିଶୁ ଚୋରି କରିଥିଲେ। ଏଥିରେ ସମ୍ପୃକ୍ତ ୩ ମହିଳା ସମେତ ୪ ଜଣ ଗିରଫ ହୋଇଛନ୍ତି। ଏନେଇ ଡିଏସପି ଅସୀମ ପଣ୍ଡା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଉଦିତନଗରର ଏସକେ ବାବୁ(୩୦), ରେହମତ ନଗରରେ ରହୁଥିବା ମନୌର ବିବି(୬୧), ଗୋପବନ୍ଧୁପଲ୍ଲୀର ସନ୍ତୋଷୀ ନାୟକ(୪୨), ଗୋପବନ୍ଧୁପଲ୍ଲୀର ନିର୍ମଲା ଦାସ(୫୦)।

ସୂଚନାଅନୁଯାୟୀ, ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସ ଲୁଙ୍ଗେଇ ବସ୍ତିର ଶଙ୍କର ସିଂ(୨୭)ଙ୍କ ପୁତ୍ର ଦେବରାଜ ଇନ୍ଦର ସିଂ(୫) ରାଉରକେଲା ରେଳ ଷ୍ଟେସନରୁ ହଜିଯାଇଥିବା ଏତଲା ହୋଇଥିଲା। ୨ ଜଣ ମହିଳା ଓ ଜଣେ ପୁରୁଷ ଶିଶୁକୁ ଚୋରାଇ ନେଇ ଏକଲକ୍ଷ ଟଙ୍କାରେ ବିକ୍ରୟ କରିଦେଇଥିଲେ। ପୁଲିସ ନିକଟରେ ଏତଲା ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଉକ୍ତ ଶିଶୁକୁ ଉଦ୍ଧାର କରିବା ସହ ଉକ୍ତ ୩ ଜଣ ସହ ଶିଶୁକୁ କିଣିଥିବା ମହିଳାଙ୍କୁ ଗିରଫ କରାଯାଇଛି।