ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀ ହାମଲା, ୪ ଯବାନ ଗୁରୁତର

କାଶ୍ମୀର,ଏଜେନ୍ସଜାମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ କରିଛନ୍ତି। ଡେପୁଟି କମିସନରଙ୍କ ଅଫିସରେ ମୁତୟନ କରାଯାଇଥିବା ସୁରକ୍ଷା କର୍ମୀଙ୍କ  ଉପରକୁ ଶନିବାର ସକାଳେ ବୋମାମାଡ଼ କରାଯାଇଥିଲା। ଏଥିରେ ୪ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିବା ପରେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଥିବାବେଳେ ଆଜି ସକାଳେ ଏଭଳି ଘଟଣା ସମସ୍ତଙ୍କୁ ଏକ ଝଟକା ଦେଇଛି।