ନୂଆଦିଲ୍ଲୀ: ଆମେରିକାର ସେନ ଫ୍ରାନ୍ସିସ୍କୋରେ ଖାଲିସ୍ତାନୀ ସମର୍ଥକ ପୁଣିଥରେ ଭାରତୀୟ ବାଣିଜ୍ୟ ଦୂତବାସ ଉପରେ ଆକ୍ରମଣ କରିଛି । ଏହାପୂର୍ବରୁ ଜୁଲାଇ ୨ ତାରିଖରେ ଦୂତବାସ ସାମ୍ନାରେ ଯେଉଁ ଆକ୍ରମଣ ହୋଇଥିଲା ଏନଆଇଏ ତା’ର ଯାଞ୍ଚ କରୁଛି । କିନ୍ତୁ ୨ଟି ଯାଁକ ଆକ୍ରମଣରେ ସମାନ ଆକ୍ରମଣକାରୀ ଥିବା ନେଇ ଅନୁମାନ କରାଯାଉଛି । ସେନ ଫ୍ରାନ୍ସିସ୍କୋ ସହ କାନାଡା ଏବଂ ୟୁକେରେ ମଧ୍ୟ ଭାରତୀୟ ସଂସ୍ଥାକୁ ଖାଲିସ୍ତାନ ପ୍ରଦର୍ଶନକୁ ନେଇ ସତର୍କ ରହିବାକୁ କୁହାଯାଇଛି । ଏଭଳି ସ୍ଥିତିରେ ଏନଆଇଏ ଟିମ୍ ଖୁବଶୀଘ୍ର ଆମେରିକା ଯିବ ।
ଆମେରିକାର ସ୍ଥାନୀୟ ଚ୍ୟାନେଲ ଦିୟା ଟିଭିର କହିବାନୁସାରେ, ଖାଲସ୍ତାନୀ କଟ୍ଟରପନ୍ଥୀ ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଭାରତୀୟ ବାଣିଜ୍ୟ ଦୂତବାସରେ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ସେନ ଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା ।