ରାଜ୍ୟରେ ସୁସ୍ଥହେଲେ ଆଉ ୩୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୯୮୫୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୬ ଜଣ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡାରୁ ୧୮, ପୁରୀରୁ ୧୮, କେନ୍ଦ୍ରାପଡାରୁ ୧୨, ନୂଆପଡାରୁ ୧୧, ସମ୍ବଲପୁରରୁ ୧୧, ବାଲେଶ୍ୱରରୁ ୧୦, ବରଗଡରୁ ୯, ଭଦ୍ରକରୁ ୯, ବଲାଙ୍ଗିରରୁ ୬, ଜଗତସିଂହପୁରରୁ ୬, ଦେବଗଡ, ମାଲକାନଗିରି, ନୟାଗଡ଼, ଯାଜପୁରରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ୪, କୋରାପୁଟରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, ରାୟଗଡାରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି।