ଆସାମରେ ନିର୍ବାଚନୀ ଚାଲ୍: ତୈଳ ଦର ୫ଟଙ୍କା ହ୍ରାସ

ଗୌହାଟୀ: ସମଗ୍ର ଦେଶରେ ତୈଳ ଦର ବୃଦ୍ଧି ପାଉଥିବାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଆସାମ ସରକାର ଏକ ବଡ଼ ଫଇସଲା ନେଇଛନ୍ତି। ଆସାମର ବିଜେପି ସରକାର ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ୫ଟଙ୍କା କମାଇ ଦେଇଛନ୍ତି। ଏହି ନୂଆ ଦର ଆଜି ରାତି ୧୨ଟା ପରେ ଲାଗୁ ହେବ। ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆଜି ବିଧାନସଭାରେ ନୂଆ ଦର ନେଇ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆସାମରେ ଏପ୍ରିଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ବଡ଼ ନେତାମାନେ ମଧ୍ୟ ଆସାମ ଗସ୍ତ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆସାମରେ ୧ଲକ୍ଷରୁ ଉର୍ଦ୍ଧ୍ୱ ମୂଳ ବାସିନ୍ଦାଙ୍କୁ ଭୂମି ଆବଣ୍ଟନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପୂର୍ବରୁ ମୋଦୀ ଆସାମକୁ ୨ଟି ବଡ଼ ହସ୍ପିଟାଲ ସମେତ ଅନେକ ପ୍ରୋଜେକ୍ଟ ଭେଟିଥିଲେ।