ଅରୁଣ ବୋଥ୍ରା ହେଲେ ଏଡିଜି

ଭୁବନେଶ୍ୱର, ଏନ୍ଏନ୍ଏସ୍: ନୟାଗଡର ପରୀ ହତ୍ୟା ଘରଣାରେ ଏସଆଇଟି ମୁଖ୍ୟ ଭାବେ ତଦନ୍ତ କରି ଚର୍ଚ୍ଚାକୁ ଆସିଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏହାସହ ୧୯୯୬ ମସିହାର ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି। ଆଇଜି ପାହ୍ୟାରେ ଥିବା ଅରୁଣ ବୋଥ୍ରା, ସଞ୍ଜୟ ସିଂହ ଓ ସୁନିତା କାକରନଙ୍କୁ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପ୍ରକାଶ ଯେ, ଦୀର୍ଘଦିନ ଧରି ପରୀ ହତ୍ୟାକାଣ୍ଡ ଉପରୁ ପରଦା ଉଠି ପାରି ନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗଠିତ ଏସଆଇଟି ଗଠନ ହୋଇଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ନୟାଗଡ଼ରେ ଏସଆଇଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଅଭିଯୁକ୍ତ ଗିରଫ କରି ଅରୁଣ ବୋଥ୍ରା ନିଜର ଦକ୍ଷତା ପ୍ରମାଣ କରିଥିଲେ। ଖାଲି ସେତିକି ନୁହେଁ ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣା, ଭଣ୍ଡ ସାରଥୀ ବାବାଙ୍କୁ ମଧ୍ୟ ଗିରଫ କରିଥିଲେ।