କୁଲଗାମରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ, ୫ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରୀ ରହିଛି । ଇତିମଧ୍ୟରେ ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । କଶ୍ମୀର ଆଇଜୀପୀ ବିଧି କୁମାର ବିରଦୀ କହିଛନ୍ତି ଯେ, ଅପରେସନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । କୁଲଗାମରେ ଗୁରୁବାରଠାରୁ ହିଁ ସର୍ଚ୍ଚ ଅପରେସନ ଜାରୀ ରହିଛି । ପ୍ରାଣ ହରାଇଥିବା ସମସ୍ତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର ହୋଇଥିବାବେଳେ ହାଫିଜ ସଈଦ ହେଉଛନ୍ତି ଏହାର ମୁଖ୍ୟ ।

କୁଲଗାମର ସାମନୁ ଅଞ୍ଚଳରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏବେ ସୁରକ୍ଷାବଳର ମିଳିତ ଅପରେସନ ଜାରୀ ରହିଛି । ସେନାର ୩୪ ରାଷ୍ଟ୍ରୀୟ ରାଇଫଲ, ଏଲିଟ ସ୍ପେଶାଲ ଫୋର୍ସ ୟୁନିଟ, ପୁଲିସ ଓ ସିଆରପିଏଫ ମିଶି ଆତଙ୍କବାଦୀଙ୍କୁ ଖୋଜିବା ପ୍ରକ୍ରିୟା ଜାରୀ ରଖିଛନ୍ତି । ଆତଙ୍କବାଦୀ ଯେପରି ଖସି ନଯାଆନ୍ତି ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରାଯାଇଛି ।