ନୂଆଦିଲ୍ଲୀ: ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ଏହି ସମୟରେ ଲଗାତାର ବଢ଼ୁଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ତାଗିଦ କରିଥିଲେ। କେବଳ ଏତିକି ନୁହେଁ, ପ୍ରଦୂଷଣକୁ କମ୍ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏମଭୀ ରମନ୍ନା କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ, ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସ୍ଥିତି। ଆମକୁ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ୁଛି। ବାୟୁ ପ୍ରଦୂଷଣକୁ ରୋକବି ପାଇଁ ଯଥାଶୀଘ୍ର କିଛି ଉପାୟ ଆପଣାନ୍ତୁ। ଆବଶ୍ୟକ ପଡ଼ିଲେ ୨ ଦିନ ପାଇଁ ଲକଡାଉନ ଲଗାନ୍ତୁ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଏହି ମାମଲାକୁ ନେଇ ଆଗାମୀ ଶୁଣାଣୀ ୧୫ ତାରିଖରେ ହେବ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ତାହା ୧୫ ତାରିଖରେ ଦର୍ଶାଇବାକୁ ପଡ଼ିବ।