ଭାରତରେ ଏପ୍ପଲ ଇକୋସିଷ୍ଟମରେ ୭୨ ପ୍ରତିଶତ ମହିଳା ନିଯୁକ୍ତ

ମୁମ୍ବାଇ: ଭାରତରେ ଆଜି ଏପ୍ପଲର ପ୍ରଥମ ଷ୍ଟୋର ମୁମ୍ବାଇରେ ଖୋଲିଯାଇଛି । ଏହାଦ୍ୱାରା ଏପ୍ପଲ ଭାରତରେ ନିଜ ଉତ୍ପାଦନ ପ୍ରସ୍ତୁତ କରିବା ଉପରେ ଜୋର ଦେଉଛି । ଏପ୍ପଲର ବିକ୍ରେତା ଏବଂ ସେମାନଙ୍କ ଇକୋସିଷ୍ଟମ ଯୋଗୁ ୧ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହୋଇଛି । ଏଥିରେ ମହିଳା ଶ୍ରମିକଙ୍କ ସଂଖ୍ୟା ୭୨ ପ୍ରତିଶତ ରହିଛି । ଏପ୍ପଲର ପ୍ରଗତି ସହ ଅଧିକାଂଶ ଚାକିରି ଗତ ୨୦ ମାସରେ ସୃଷ୍ଟି ହୋଇଛି । ଖାସ୍ କଥାଟି ହେଲା, ଅଧିକାଂଶ ମହିଳା ଶ୍ରମିକ ପ୍ରଥମଥର ପାଇଁ ଚାକିରି ବଜାରରେ ପ୍ରବେଶ କରିଛନ୍ତି । ଏହାଦ୍ୱାରା ଭାରତର ଅଧା ଜନବସତି ସୁଦୃଢ଼ ହେବାର କାହାଣୀ ଲେଖାଯାଉଛି ।

ସୂଚନାଯୋଗ୍ୟ, ଏପ୍ପଲ କମ୍ପାନୀରେ କାମ କରୁଥିବା ମହିଳାମାନେ ଦ୍ୱାଦଶ ପାସ୍ କରି ଡିପ୍ଲୋମା କରିଛନ୍ତି । ଏପ୍ପଲର ଇକୋସିଷ୍ଟମ ଏକ ବିଶେଷ କୌଶଳ ବିକାଶ କାର୍ଯ୍ୟକ୍ରମ କରିଥାଏ ଯାହାକି କିଛି ସପ୍ତାହରେ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାର କାମ କରିଥାଏ ।