ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥହେଲେ ୩୨୮

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୫୧୦୩କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୫୨ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୩୨, ଅନୁଗୁଳରୁ ୨୩, କେନ୍ଦୁଝରରୁ ୨୧, ବଲାଙ୍ଗିରରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮, ବାଲେଶ୍ୱରରୁ ୧୫, ନୂଆପଡାରୁ ୧୪, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ମୟୁରଭଞ୍ଜରୁ ୧୦, ବରଗଡରୁ ୯, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୫, ଭଦ୍ରକରୁ ୪, ଝାରସୁଗୁଡାରୁ ୪, ମାଲକାନଗିରିରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨, ଗଜପତିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।