ସୁସ୍ଥହେଲେ ଆଉ ୧୨୧ କରୋନା ଆକ୍ରାନ୍ତ, ୩୩୭୨୧୨ରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୭୨୧୨ରେ ପହଞ୍ଚିଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୮, ଖୋର୍ଦ୍ଧାରୁ ୧୫, କୋରାପୁଟରୁ ୯, ମୟୁରଭଞ୍ଜରୁ ୮, କଳାହାଣ୍ଡିରୁ ୭, ଝାରସୁଗୁଡାରୁ ୬, ଅନୁଗୁଳରୁ ୫, ଯାଜପୁରରୁ ୫, ବଲାଙ୍ଗିରରୁ ୪, ଜଗତସିଂହପୁରରୁ ୪, ସମ୍ବଲପୁରରୁ ୪, କେନ୍ଦ୍ରାପଡାରୁ ୩, ବାଲେଶ୍ୱରରୁ ୨, ଗଞ୍ଜାମରୁ ୨, ନୂଆପଡ଼ାରୁ ୨, ରାୟଗଡ଼ାରୁ ୨, ବରଗଡରୁ ୧, ଗଜପତିରୁ ୧ ଏବଂ ଷ୍ଟେଟପୁଲରୁ ୩ଜଣ ସୁସ୍ଥ ହୋଇଛନ୍ତି।