ସନ୍ଦେହଜନକ ଭାବେ ବୃଦ୍ଧଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଙ୍ଗର ପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମର ଜଣେ ବୃଦ୍ଧଙ୍କ ମଙ୍ଗଳବାର ଅପରାହ୍ଣରେ ସନ୍ଦେହ ଜନକଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଦନାଥ ନାଏକ। ବୃଦ୍ଧଙ୍କ ମୁଣ୍ଡପଛ ପାର୍ଶ୍ୱରେ କ୍ଷତ ହେବାସହ ନାକ ଓ କାନରୁ ପ୍ରବଳ ରକ୍ତଶ୍ରାବ ହେଉଥିବା ଦେଖିବାକୁ ମିଳିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗାଁ ଲୋକେ ଏହାଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ଆଲୋଚନା କରୁଛନ୍ତି । ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏନେଇ ପାଟଣା ଥାନାରେରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବାବେଳେ ତରବରିଆ ଭାବରେ ପରିବାରଲୋକେ ପାଟଣା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇଛନ୍ତି।