ଆଜି ସୁସ୍ଥହେଲେ ଆଉ ୧୦୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୨୭୯୬ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାରୁ ଆଜି ୧୪୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫, ଅନୁଗୁଳରୁ ୭୫, କେନ୍ଦ୍ରାପଡାରୁ ୫୯, ମୟୂରଭଞ୍ଜରୁ ୫୫, ଜଗତସିଂହପୁରରୁ ୫୦, କୋରାପୁଟରୁ ୪୧, ନୂଆପଡାରୁ ୩୯, କେନ୍ଦୁଝରରୁ ୩୭, ବରଗଡରୁ ୩୦, ପୁରୀରୁ ୨୯, ବାଲେଶ୍ୱରରୁ ୨୮, ଢେଙ୍କାନାଳରୁ ୨୬, ନବରଙ୍ଗପୁରରୁ ୨୪, ବଲାଙ୍ଗିରରୁ୨୩, କଳାହାଣ୍ଡିରୁ ୨୨, ଯାଜପୁରରୁ ୨୧, ନୟାଗଡରୁ ୧୭, ଗଞ୍ଜାମରୁ ୧୫, ଝାରସୁଗୁଡାରୁ ୧୨, ରାୟଗଡାରୁ ୧୦, ସୋନପୁରରୁ ୧୦, କନ୍ଧମାଳରୁ ୯, ଦେବଗଡରୁ ୫, ଭଦ୍ରକରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ଗଜପତିରୁ ୧ ଏବଂ ଷ୍ଟେଟପୁଲରୁ ୨୦ ଜଣ ସୁସ୍ଥ ହୋଇଛନ୍ତି।