ଆଜି ପୁଣି ଏନସିବି ଅଫିସରେ ହାଜର ହେବେ ଅନନ୍ୟା ପାଣ୍ଡେ

ନୂଆଦିଲ୍ଲୀ,ଏଜେନ୍ସି: ଆରୟନ୍‌ ଖାନଙ୍କ ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଅନନ୍ୟା ପାଣ୍ଡେ। ଗତକାଲି ଏନସିବି ଏହି ମାମଲାରେ ଅନନ୍ୟାଙ୍କୁ ସମନ କରିଥିବା ସହ ପଚରାଉଚରା କରିବା ପାଇଁ ଅଫିସକୁ ମଧ୍ୟ ଡ଼କାଇଥିଲା। ହ୍ୱାଟ୍ସଆପ୍ ଚାର୍ଟରେ ଅନନ୍ୟା ପାଣ୍ଡେ ଓ ଆରୟନ୍‌ ଖାନ ନିଶା କାରବାରକୁ ନେଇ ହୋଇଥିବା କଥାବର୍ତ୍ତା ଏନସିବି ହାତରେ ଲାଗିବା ପରେ ଏବେ ଫସିଯାଇଛନ୍ତି ଅଭିନେତ୍ରୀ ଜଣଙ୍କ। ଗତକାଲି ମଧ୍ୟ ଏନସିବି ଅଫିସରେ ପହଞ୍ଚି ଥିଲେ ଅନନ୍ୟା ପାଣ୍ଡେ଼ ଓ ତାଙ୍କ ବାପା।

ସମୀର ୱାଙ୍ଖଡ଼େ ଓ ଯାଞ୍ଚ ଅଧିକାରୀ ବିବି ସିଂ ତାଙ୍କୁ ପଚରାଉଚରା କରିଥିଲେ। ଅଧିକାରୀଙ୍କ କହିବା ମୁତାବକ ଆଜି ମଧ୍ୟ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରିବା ପାଇଁ ଏନସିବି ଅଫିସକୁ ଡ଼କାଯାଇଛି। ଯାହାଫଳରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।