ଘରକୁ ଫେରିବେ ଚାଷୀ, ଚାଷୀଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ଶେଷ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ବିରୋଧ କରୁଥିବା ଚାଷୀଙ୍କ ସହ ଆଲୋଚନା କରିବେ। ସରକାରଙ୍କ ସହ ଆଲୋଚନା ପାଇଁ ପାଞ୍ଚ ଜଣ କୃଷକ ନେତାଙ୍କ ଏକ କମିଟି ଗଠନ କରାଯାଇଛି। ଶନିବାର ଦିନ ସିଙ୍ଗୁ ସୀମାରେ କୃଷକ ସଂଗଠନ ମଧ୍ୟରେ ଏକ ବୈଠକ ପରେ ଏମଏସପି ସମେତ ଅନ୍ୟାନ୍ୟ ଦାବି ଉପରେ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସଂଯୁକ୍ତ କିସାନ୍ ମୋର୍ଚ୍ଚା ଦ୍ୱାରା ଏମଏସପି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ବଲବୀର ସିଂ ରାଜୱାଲ, ଗୁରୁନାମ ସିଂ ଚାଡୁନି, ଯୁଧିଷ୍ଠିର ସିଂ, ଶିବକୁମାର କକ୍କା ଏବଂ ଅଶୋକ ଧାୱାଲେଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ। ଗତକାଲି ରାତିରେ ଗୃହମନ୍ତ୍ରୀ ଅମିତ ଶାହା କୃଷକ ମାନଙ୍କୁ ବୈଠକ ପାଇଁ ଡାକିଛନ୍ତି ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର କରି ନିଆଯାଇଛି। ଚାଲିଥିବା ଆନ୍ଦୋଳନର ସମାଧାନ ପାଇଁ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କୃଷି ସଂଗଠନ ପକ୍ଷରୁ କୁଯାଇଛି।

ସଂଯୁକ୍ତ କିସାନ୍ ମୋର୍ଚ୍ଚା ନେତା ଯୋଗେନ୍ଦ୍ର ଯାଦବ ମଧ୍ୟ କହିଛନ୍ତି ଯେ ସରକାରଙ୍କ ତରଫରୁ ସକରାତ୍ମକ ସଙ୍କେତ ମିଳିଛି, ତେଣୁ ଡିସେମ୍ବର ୭ରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ରାକେଶ ଟିକାୟତ ଗୃହମନ୍ତ୍ରୀଙ୍କ ସହିତ ବୈଠକ ବିଷୟରେ କହିଛନ୍ତି ଯେ ସଂଯୁକ୍ତ କିସାନ ମୋର୍ଚ୍ଚାର ୫ ଜଣିଆ କମିଟି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବ।