ଆମେରିକାର ମିଲଗ୍ରାମ ଓ ବିଲସନଙ୍କୁ ମିଳିବ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାର ପୋଲ ଆର ମିଲଗ୍ରାମ ଏବଂ ରୋବର୍ଟ ବି ବିଲସନଙ୍କୁ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିବ। ନିଲାମି ସିଦ୍ଧାନ୍ତରେ ସୁଧାର ଓ ନିଲାମି ସ୍ୱରୂପର ଆବିଷ୍କାର ପାଇଁ ଏହି ପୁରସ୍କାର ଦିଆଯାଇଛି। ରୟାଲ ସ୍ୱିଡିଶ ଆକାଡେମୀ ସାଇନ୍ସେଜର ମହାସଚିବ ଗୋରାନ ହେଁସନ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଅର୍ଥଶାସ୍ତ୍ର କ୍ଷେତ୍ରରେ ଏହି ପୁରସ୍କାର ଏମିତି ସମୟରେ ଦିଆଯାଉଛି ଯେଉଁ ସମୟରେ କୋଭିଡ ୧୯ ପାଇଁ ସମଗ୍ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥଶାସ୍ତ୍ର କ୍ଷେତ୍ରରେ ଦିଆଯାଉଥିବା ଏହି ପୁରସ୍କାର ‘ସ୍ୱିରିଜେଜ ରିକ୍ସବ୍ୟାଙ୍କ ପ୍ରାଇଜ’ କୁହାଯାଇଥାଏ।