ଇଣ୍ଡୋ-ପାକ୍ ଅସ୍ତ୍ରବିରତି ଚୁକ୍ତିକୁ ଆମେରିକାର ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଏଲଓସି ଉପରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଚୁକ୍ତିନାମା ହୋଇଛି। ତେବେ ଏହି ଚୁକ୍ତିନାମାକୁ ଆମେରିକା ପ୍ରଶଂସା କରିଛି। ହ୍ୱାଇଟ ହାଉସର ମୁଖପାତ୍ର ଏହାକୁ ପ୍ରଶଂସା ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏଥିସହିତ ଜାତିସଂଘର ସାଧାରଣ ସମ୍ପାଦକ ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ଏହି ସକାରାତ୍ମକ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଅଧିକ କଥାବାର୍ତ୍ତା ପାଇଁ ସୁଯୋଗ ଦେବ।

ହ୍ୱାଇଟ ହାଉସର ମୁଖପାତ୍ର ଜେନ ସାକି କହିଛନ୍ତି ଯେ ଭାରତ-ପାକିସ୍ଥାନ ଏଲଓସି ଉପରେ ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ଏକ ସକାରାତ୍ମକ ପଦକ୍ଷେପ। ଆମେ ଉଭୟ ଦେଶକୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରୁଛୁ।

ଭାରତୀୟ ସେନା କହିଛି ଯେ ଶାନ୍ତି ଏବଂ ସ୍ଥିରତା ହାସଲ କରିବା ଆମର ପ୍ରୟାସ, ଯାହା ଏହି ଅଞ୍ଚଳ ତଥା ବିଶେଷକରି ଏଲଓସି ନିକଟରେ ରହୁଥିବା ଜନସଂଖ୍ୟା ପାଇଁ ଲାଭଦାୟକ। ଏହି ମଧ୍ୟରେ ଏଲଓସିରେ ସୈନ୍ୟ ନିୟୋଜନରେ କୌଣସି ହ୍ରାସ ହେବ ନାହିଁ ବୋଲି କୁହାଯାଇଛି।

ସେନା କହିଛନ୍ତି, ପାକିସ୍ତାନ ସହ ଆମର ତିକ୍ତ ଅନୁଭୂତିର ଇତିହାସ ରହିଛି। ଅତୀତରେ ଆତଙ୍କବାଦ କିମ୍ବା ପାକିସ୍ତାନୀ ସେନାର କାର୍ଯ୍ୟକଳାପ ଦ୍ୱାରା ଶାନ୍ତି ପ୍ରକ୍ରିୟା ନଷ୍ଟ ହୋଇଯାଇଥିଲା। ତଥାପି ଆମେ ସମ୍ପୂର୍ଣ୍ଣ ଆଶାବାଦୀ ରହିଛୁ। ଉଭୟ ଦେଶର ଏଲଓସି ଉପରେ ଶାନ୍ତି, ପାରସ୍ପରିକ ଲାଭଦାୟକ ଅଟେ। ୨୦୦୩ ରେ ଭାରତ ଏବଂ ପାକିସ୍ତାନ ଏଲଓସି ଉପରେ ଅସ୍ତ୍ରବିରତି ଚୁକ୍ତି କରିଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ଏହା କାର୍ଯ୍ୟକାରୀ ହେଉ ନଥିଲା।

କେତେ ଥର ଅସ୍ତ୍ରବିରତି ଉଲ୍ଲଂଘନ ଘଟିଛି:-
୨୦୧୮ ରେ ପାକିସ୍ତାନ ୨୧୪୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ୨୦୧୯ ରେ ୩୪୭୯ ଥର, ୨୦୨୦ ରେ ୫୧୩୩ ଥର, ୨୦୨୧/୨୫ ଫେବୃଆରୀ ସୁଦ୍ଧା ୫୯୧ ଥର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।