ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନି ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ଭୟାବହତା ମଧ୍ୟରେ ଦେଶ ଗତି କରୁଥିବାବେଳେ ଭାରତ ପ୍ରତି ଚରମ ଅସହଯୋଗ ମୂଳକ ନୀତି ଆପଣାଇଛି ଯୁକ୍ତରାଷ୍ଟ୍ର ଆମେରିକା। ଟିକା ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ସରକାର। ଆମେରିକାର ଏପରି ନିଷ୍ପତ୍ତି ପରେ ଭାରତରେ ଟିକା ଉତ୍ପାଦନ ହାର ହ୍ରାସ ପାଇବା ସହ ଉତ୍ପାଦନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ବାଇଡେନ ପ୍ରଶାସନ ବର୍ତ୍ତମାନ ଆମେରିକାର ସମସ୍ତ ନାଗରିକଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରୁଛନ୍ତି। ଫଳରେ ଅନ୍ୟ ଦେଶକୁ ଗତ କିଛି ମାସ ଧରି ଔଷଧ ସମ୍ପର୍କିତ ସାମଗ୍ରୀ ରପ୍ତାନି ଉପରେ ରୋକ ଲଗାଇବା ସହ ନିଜର ଉତ୍ପାଦନ କ୍ଷମତା ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଭାରତରେ ପ୍ରସ୍ତୁତ ହେଉଥିବା ଟିକାର କଞ୍ଚାମାଲ ବିଭିନ୍ନ ଦେଶରୁ ଆମଦାନୀ ହେଉଥିବାବେଳେ ମୁଖ୍ୟତଃ ଏହାର ଏକ ବଡ ଅଂଶ ଆମେରିକାରୁ ଆମଦାନୀ ହେଉଥିଲା।